ୟା ଭିତରେ ପ୍ରାୟ ସପ୍ତାହେ ହେବାକୁ ବସିଲାଣି । କିନ୍ତୁ ଏ ଯାଏଁ ପ୍ରଶାସନର କୌଣସି ଅଧିକାରୀ ସେଠାକୁ ଯିବାକୁ ଉଚିତ୍ ମନେ କରିନାହାନ୍ତି । ଅନ୍ୟପଟେ ସୁକିନ୍ଦାରେ ହେବାକୁ ଥିବା ୫ଟି ସଚିବଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ପ୍ରଶାସନ । ଗୋଟିଏ ପଟେ ନଗଡ଼ାରେ ପିଲା ମରୁଛନ୍ତି । ଅନ୍ୟପଟେ ବିକାଶର ଡିଣ୍ଡିମ ପିଟିବା ପାଇଁ ହେବାକୁ ଥିବା ୫ଟି ସଚିବଙ୍କ ସଭା ଆୟୋଜନରେ ଲାଗିପଡ଼ିଛନ୍ତି ନେତା, ପ୍ରଶାସନ ଓ ସରକାରୀ କଳ। ନଗଡ଼ା ବାବଦରେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ୍ ସୁକିନ୍ଦା ବିଡିଓ ।
୨୦୧୬ରୁ୨୦୨୩ । ନଗଡ଼ାରେ ଅପପୁଷ୍ଟିର ନଗ୍ନତା ଆବିଷ୍କାରକୁ ୭ ବର୍ଷ ହେଲାଣି । ନଗଡ଼ା ବିକାଶ ପାଇଁ ୬୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ଓଡ଼ିଶା ସରକାର। କିନ୍ତୁ ସେ ଟଙ୍କା ପ୍ରକୃତରେ କେତେ ଓ କେମିତି ଖର୍ଚ୍ଚ ହୋଇଛି ତାର ପ୍ରମାଣ ହେଉଛି ନଗଡ଼ାରେ ଏବେର ଏହି ଚିତ୍ର । ଏବେ ବି କେବଳ ଲୁଣ ଲଗାଇ ଭାତ ଖାଉଛନ୍ତି ନଗଡ଼ାର ପିଲା । ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ । କୌଣସି ପ୍ରଶାସନିକ ଅଧିକାରୀଙ୍କର ଏଠି ଦେଖାପାଆନ୍ତି ନାହିଁ ସ୍ଥାନୀୟ ଲୋକେ ।
ନଗଡ଼ାର ବାସିନ୍ଦା ଓ ପିଲାମାନଙ୍କର ଦୁରାବସ୍ଥା ଦର୍ଶାଉଥିବା ଏ ଚିତ୍ର ଯେତିକି ହୃଦୟ ବିଦାରକ, ଉତ୍ତରଦାୟିତ୍ବରୁ ଦୂରେଇ ବିକାଶର ବାଜା ବଜାଇବାରେ ବ୍ୟସ୍ତ ସରକାର ପାଇଁ ସେତିକି ଲଜ୍ଜାଜନକ ।
ଆହୁରି ପଢନ୍ତୁ ଓଡିଶା ଖବର...