ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାଶୀନଗର ବ୍ଲକ ଡିଡିଂଗୁଡା ଠାରେ । ଏଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପରିତ୍ୟକ୍ତ ଘରେ ଖରା, ବର୍ଷା, ଶୀତରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ସେପଟେ ସ୍କୁଲ ସଂପର୍କରେ କାଶୀନଗର ବିଡିଓ ଲକ୍ଷ୍ମୀପ୍ରସାଦ ସାହୁଙ୍କ ସହ ଯୋଗାଯୋଗ କରାଯିବାରୁ ସମସ୍ୟାର ସମାଧାନ 1 ମାସ ମଧ୍ୟରେ କରାଯିବ ବୋଲି ସେ କହିଛନ୍ତି ।
ପରିତ୍ୟକ୍ତ ଘରେ ପାଠ ପଢୁଛନ୍ତି ପିଲାଏ
ଅର୍ଗସ ବ୍ୟୁରୋ: ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । ପ୍ରତିମାସରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲକୁ ଉଦଘାଟନ ମଧ୍ୟ କରାଯାଉଛି । ଗଜପତି ଜିଲ୍ଲାରେ ଏଯାଏଁ 80ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଛି । ହେଲେ ଜିଲ୍ଲାରେ ଆଜି ବି ଏମିତି କିଛି ସ୍କୁଲ ରହିଛି ଯାହାର ଟିଣ ଛପର ତିତଲି ବାତ୍ୟା ସମୟରେ ଉଡିଯାଇଥିଲେ ମଧ୍ୟ ଆଜି ଯାଏଁ ତାହାର ମରାମତି କିମ୍ବା ନୂତନ କୋଠା ନିର୍ମାଣ କରାଯାଇ ପାରିନାହିଁ ।
ବଢୁଛି ଡେଙ୍ଗୁ ସଂକ୍ରମଣ ଭୟ

ଭୁବନେଶ୍ୱର: ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ବୋଲି ସେ କହିଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗ
Download Argus News App
