ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
କୋରାପୁଟ: ବାଲ୍ୟ ବିବାହ ଭଳି କୁପ୍ରଥାରେ ଲାଗିନି ରୋକ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଧାମଣାହlଣ୍ଡି ପଂଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ 15 ବର୍ଷ ନାବାଳିକାଙ୍କ ପରିବାର ଲୋକଙ୍କ ଚାପରେ ବିବାହ ହେଉଥିବା ଅଭିଯୋଗ ହୋଇଛି ।
ଏହାର ଖବରପାଇ ଚାଇଲ୍ଡ ଲାଇନ ସଂସ୍ଥା ସୂଚନା ପାଇବା ପରେ ସ୍ଥାନୀୟ କୋଟପାଡ଼ ମହିଳା ଏବଂ ଶିଶୁ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉରେ ଉକ୍ତ ନାବାଳିକାକୁ ଉଦ୍ଧାର କରାଯଇଛି । ପରେ ନାବାଳିକାଙ୍କୁ କୋରାପଟର ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି ।
ନାବାଳିକା ଝିଅ ଦଶମ ଶ୍ରେଣୀ ରେ ପାଠ ପଢୁଥିବାବେଳେ ତା ପରିବାର ବର୍ଗ କିଭଳି ତା ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଥିଲେ ଏହା ସଭ୍ୟ ସମାଜ ପାଇଁ ଏକ ବଡ଼ ଦୁଖଦ ଓ କଳଙ୍କ ପୁର୍ଣ ପ୍ରସଙ୍ଗ l ସଭ୍ୟ ସମାଜରେ ଏ ଭଳି କୁପ୍ରଥା ଯଥା ଯୌତୁକ ପ୍ରଥା, ବାଲ୍ୟ ବିବାହକୁ ବିରୋଧ କରି ରୋକିବାର ନିତ୍ୟାନ୍ତ ଆବଶ୍ୟକ ରହିଛି l