ଏହା ପରେ ଅଖାରେ ପୁରାଇ ଘର ନିକଟ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା । ପରିବାର ଲୋକେ ପୁଅକୁ ଖୋଜାଖୋଜି କରିଥିଲେ । ପରେ ନିଜ ପୁଅକୁ ନିଜେ ମାରିଥିବା ପ୍ରକାଶ କରିଥିଲେ ମହିଳା ଜଣଙ୍କ । ଏ ନେଇ ଅଭିଯୋଗ ପାଇବା ପରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ଶିଶୁପୁତ୍ରର ଶବ ଉଦ୍ଧାର କରିଛି ।
ପୁଲିସ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ୱାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏପଟେ ମହିଳାଙ୍କର ତାଙ୍କ ଭିଣୋଇ ସହ ସମ୍ପର୍କ ଥିବା ଏବଂ ଏହି କାରଣରୁ ଶିଶୁଟିକୁ ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର । ମାର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।