ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକ ମାନଙ୍କର ପସନ୍ଦ ଓ ଚାହିଦା ଅନୁସାରେ କଙ୍କଡାର ଡିମାଣ୍ଡ୍ ଓ ମୂଲ୍ୟ ରହିଥାଏ । ଏହି କଙ୍କଡା ୨ ପ୍ରଜାତିର ଥାଆନ୍ତି । ଗୋଟିଏ ମେଲ୍ ଓ ଅନ୍ୟଟି ଫିମେଲ୍ କଙ୍କଡା । ବିଶେଷ କରି ଫିମେଲ୍ କଙ୍କଡା ମାନଙ୍କର ଡିମାଣ୍ଡ୍ ଅଧିକା ଥାଏ । ରାଣୀ କଙ୍କଡା ମାନଙ୍କର ରେଟ୍ ସବୁଠୁ ଅଧିକା । ରାଣୀ କଙ୍କଡା ସମସ୍ତଙ୍କ ପସନ୍ଦ ହୋଇଥାଏ ।
ଏହି କଙ୍କଡା ଚିଲିକା ଯଥା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-କାଳୁପଡା-ସୋରଣ ଚିଲିକା କୂଳ ଏବଂ ପୁରୀ ଜିଲ୍ଲାର ସାତପଡ଼ା ଚିଲିକା କୂଳରେ ମିଳିଥାଏ । କଙ୍କଡା ବ୍ୟବସାୟୀ ମାନଙ୍କ କହିବା ଅନୁସାରେ ଏହି କଙ୍କଡା ରାଜ୍ୟର ବିଭିନ୍ନ ସ୍ଥାନ ବା ବିଦେଶ ମଧ୍ୟ ରପ୍ତାନୀ ହୋଇଥାଏ । ବିଦେଶରେ ଏହି କଙ୍କଡାର ଡିମାଣ୍ଡ୍ ଆହୁରି ଅଧିକା । ଏଠାକାର ମୂଲ୍ୟ ଅପେକ୍ଷା ବିଦେଶରେ ଏହି କଙ୍କଡା ୩ରୁ୪ ଗୁଣରେ ବିକ୍ରୀ ହୋଇଥାଏ । ତେଣୁ ବଡ ବଡ କଙ୍କଡା ବିଦେଶ ସପ୍ଲାଇ କରାଯାଉଛି ବୋଲି କଙ୍କଡା ବ୍ୟବସାୟୀ ମାନେ କୁହନ୍ତି । ଚିଲିକା କଙ୍କଡା ଯିଏ ଥରେ ଖାଇଛି ସେ କେବେ ଚିଲିକାକୁ ଭୁଲି ପାରିବ ନାହିଁ । ଚିଲିକା କଙ୍କଡ଼ା ଭାରି ସୁଆଦିଆ କିନ୍ତୁ ଚାହିଦା ଠାରୁ ଦର ବେଶୀ ।