ଅର୍ଗସ ବ୍ୟୁରୋ : ଡଲଫିନ୍ ଗଣନାର ଆଜି ଶେଷ ଦିନ । ୨୧ତାରିଖ ଠାରୁ ତିନିଦିନ ଧରି ଚାଲିଛି ଇରାୱାଡି ଡଲଫିନ ଗଣନା। ପ୍ରଥମ ଦିନ ବନ ବିଭାଗ, ବନ୍ୟପ୍ରାଣୀ ବିଭାଗ , ସିଡିଏ କର୍ମଚାରୀ ଏବଂ ରିସର୍ଚ୍ଚ ପର୍ସନ ,ଡଲଫିନ୍ ବିଶେଷଜ୍ଞ, ମୋଟର ବୋଟ ସଂଘର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଗଣନା କରୁଥିଲେ । ୨୨ ଓ ୨୩ ତାରିଖ ୨ ଦିନ କେବଳ ବନ୍ୟପ୍ରାଣୀ ବିଭାଗ ଓ ସିଡିଏ କର୍ମଚାରୀ ଏହି ଡଲଫିନ୍ ଗଣନାରେ ସାମିଲ ହୋଇଛନ୍ତି ।
ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡଲଫିନ୍ ଗଣନା କରୁଛନ୍ତି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ଏବଂ ସିଡିଏ କର୍ମଚାରୀ ଓ ରିସର୍ଚ୍ଚ ପର୍ସନ । ସକାଳ ୬ଟାରୁ ୧୨ଟା ଯାଏ ଡଲଫିନ ଗଣନା କରାଯାଉଛି । ଖୋର୍ଦ୍ଧା-ପୁରୀ-ଗଞ୍ଜାମ ଜିଲ୍ଲା ଅଧିନରେ ଥିବା ସମଗ୍ର ଚିଲିକାରେ ଡଲଫିନ୍ ଗଣନା କରାଯାଉଛି । GPS ଟ୍ରାକରେ ବାଇନକୁଲାର୍ ଦ୍ବାରା ଏହି ଗଣନା କରାଯାଉଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।