ଚିଲିକା ଉନ୍ନୟନ ପକ୍ଷରୁ ଅନେକ ଥର ବେଆଇନ ଜିରୋନେଟ୍ ଉଚ୍ଛେଦ କରାଯାଉଛି। କିନ୍ତୁ ଏହାପରେ ବି ବେଆଇନ ଭାବେ ଘେରି କରାଯାଉଛି। ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ମୁହାଣ ଓ ସାତପଡା ମୁହାଣରେ ମତ୍ସ୍ୟଜୀବି ମାନେ ଜିରୋନେଟ୍ ପକାଉଛନ୍ତି। ଫଳରେ ମାଛମାନେ ମୃତ୍ୟୁବରଣ କରୁଛନ୍ତି। ଚିଲିକାରେ ଅବୈଧ ଭାବରେ ଜିରୋନେଟ୍ ଦ୍ଵାରା ମାଛଧରା ଚାଲିଛି। ଫଳରେ ଚିଲିକାରେ ମାଛ ସଂଖ୍ୟା କମୁଛି। ଯାହାଦ୍ୱାରା ଅନେକ ମତ୍ସ୍ୟଜୀବୀ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି।