ଅର୍ଗସ ବ୍ୟୁରୋ : ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଆଟାଜ୍ ମଧ୍ୟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ଘଟଣାରେ ମୃତକଙ୍କ ପତ୍ନୀ, ଶଳା ସହ ଜଣେ ସମ୍ପର୍କୀୟଙ୍କୁ ବାନ୍ଧିବା ପରେ ସିନ୍-ରିକ୍ରେସନ୍ କରୁଛି ନାଚୁଣୀ ପୋଲିସ । ମୃତଦେହ ମିଳିଥିବା ସୁଟକେସଟି ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ଅଞ୍ଚଳର ଏକ ଦୋକାନ ଅପସରା ସୋ-ରୁମରୁ କିଣିଥିବା କହିଛନ୍ତି ଗିରଫ ଅଭିଯୁକ୍ତ ।
ମୃତକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଲଭଦ୍ରପୁର ପଞ୍ଚାୟତ ଲାଖପଡା ଗାଁର ମନୋରଞ୍ଜନ ମହାପାତ୍ର। ସେ ଗାଁ ଛାଡି କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ଵର ଅଞ୍ଚଳର ଦାରୁଗାଁ ଗ୍ରାମରେ ସମ୍ପର୍କୀୟ ଘରେ ରହୁଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ପତ୍ନୀ ଟୁନି ଦାସ, ସମ୍ପର୍କୀୟ ବିକ୍ରମ ସାହୁ, ଶଳା ମିଟୁ ଦାସ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।