ପଦାରେ ପଡ଼ିଲା ଚାଇନାର ଆଉ ଏକ ମିଛ । ଭାଇରସ ପ୍ରସଙ୍ଗରେ ନିଜକୁ ବଂଚାଇବାକୁ ଯାଇ ଚାଇନା କହୁଥିବା ଗୋଟିଏ ପରେ ଗୋଟିଏ ମିଛ ପଦାରେ ପଡ଼ିବାରେ ଲାଗିଛି । ଏଥର କିନ୍ତୁ ନିଜେ କହୁଥିବା ମିଛ ଚାଇନା ଉପରେ ଭାରି ପଡ଼ିଛି । ଯେଉଁଭଳି ଭାବେ ଚାଇନା ନିଜ ଦେଶରେ ମୃତ୍ୟୁସଂଖ୍ୟାକୁ ନେଇ ମିଛ ରିପୋର୍ଟ ଦର୍ଶାଇଛି ତାହାକୁ ସମସ୍ତେ ଜାଣିଛନ୍ତି ।
ସବୁପରେ ବି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଯେଭଳି ଭାବେ ନିଜ ଦେଶରେ ମହାମାରୀ କୋରୋନା ଭାଇରସ ମୁକାବିଲା କରିବାରେ ସଫଳ ହୋଇଥିବା କହି ବାହାବା ନେଉଥିଲେ ତାହା ଏବେ ପଦାରେ ପଡ଼ିଛି । ଏପରି କହିବାର କାରଣ ହେଉଛି ଚୀନକୁ ପୁଣି ଥରେ ଫେରିଛି ଭାଇରସ । ଏହି ଭାରଇରସ ପ୍ରଥମେ ଚୀନର ଉହାନ ସହରରୁ ଆରମ୍ଭ ହୋଇ ପରେ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି । ତେବେ କୋରୋନା ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ନେଇ ଚୀନ ସରକାର ଯେଉଁଭଳି ଡିଣ୍ଡିମ ପିଟୁଥିଲେ ତାହା ପୁଣିଥରେ ମିଛ ପ୍ରମାଣିତ ହୋଇଛି ।
ଆଉ ଚୀନକୁ ପୁଣିଥରେ ଘାରିଛି ଭାଇରସ ଚିନ୍ତା । ଯାହାକୁ ନେଇ ଚୀନର ପ୍ରମୂଖ ସହର ଗୁଡିକୁ ସିଲ୍ କରି ଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ ପୁଣିଥରେ କୁହାଯାଇଛି । ତେବେ ଏଭଳି ସ୍ଥିତିରେ ଚୀନକୁ ପୁଣିଥରେ ଭାଇରସ ଫେରିବା ଘଟଣା ରାଷ୍ଟ୍ରପତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଠାରେ ପୁଣି କୋରୋନା ଆକ୍ରାନ୍ତ ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଏହାର ମୁକାବିଲା ପାଇଁ ଚୀନ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ଏଠାରେ ବେଜିଂ, ସାଂଘାଇ ଏବଂ ଗ୍ୱାଙ୍ଗଝୋକୁ ସିଲ୍ କରିଦିଆ ଯାଇଛି ।
ଏହାସହ ଲକ୍ଷାଧିକ ଲୋକଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ତେବେ ଚୀନ୍ ପଠାଇ ଥିବା କେମିକାଲ ଭାଇରସ ଚୀନ ଉପରେ ଓଲଟା ଭାରି ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେପଟେ ଚାଇନା କେମିକାଲ ଭାଇରସ ପଠାଇ ଥିବା ନେଇ ବିଭିନ୍ନ ଦେଶ ପକ୍ଷରୁ ଅଭିଯୋଗ ହେଉଥିବା ବେଳେ ଚାଇନାକୁ ଭାଇରସ ପୁଣିଥରେ ଫେରିବା ଘଟଣା ଅଭିଯୋଗକୁ ସତ୍ୟ ପ୍ରମାଣିତ କରିଛି ।
