ଭୁବନେଶ୍ୱର: ଆଜି ଠାରୁ ସ୍ୱସ୍ତି ଗ୍ରାଣ୍ଡ ଠାରେ ଚାଇନିସ୍ ଫୁଡ୍ ଫେସଟିଭାଲ ଆରମ୍ଭ ହୋଇଯାଇଛି । ରାଜଧାନୀ ବାସିନ୍ଦାଙ୍କ ପାଖରେ ସୁସ୍ୱାଦୁ ଚାଇନିଜ୍ ଫୁଡ୍ ପହଞ୍ଚାଇବା ପାଇଁ ସ୍ୱସ୍ତି ପକ୍ଷରୁ ଏହି ଫୁଡ୍ ଫେସିଭାଲ୍ ର ଆୟୋଜନ କରାଯାଇଛି । 2 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଏହି ଫେସିଟିଭାଲ୍ ଚାଲିବ । 27 ପ୍ରକାରର ଖାଦ୍ୟ ପ୍ରେମୀଙ୍କ ପାଖରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ହୋଟେଲ କର୍ତ୍ତୃପକ୍ଷ ।
ସୁପ୍, ଷ୍ଟାଟର୍ , ମେନ କୋର୍ସ, ରାଇସ୍ ଓ ନୁଡୁଲ, ଡେଜର୍ଟ ମିଳି ପାରିବ । ଖାଦ୍ୟ ପ୍ରେମୀମାନେ ବିଭିନ୍ନ ପ୍ରକାର ସୁପ୍ ଯେମିତିକି ସି ଫୁଡ୍ ସୁପ୍ ସହ ହନି ଚିଲ୍ଲୀ ବେବି କର୍ନ, କଞ୍ଜି ମସରୁମ, ସ୍ୱସ୍ତି ସ୍ପେସିଆଲ ଲବଷ୍ଟର, ସିଙ୍ଗାପୁରୀ ଚିଲ୍ଲୀ କ୍ରାବ୍ ସହ ଡେଜର୍ଟରେ ଖାଦ୍ୟ ପ୍ରେମୀଙ୍କ ପାଖରେ କୋକନଟ୍ ଫ୍ରାଇଡ୍ ରାଇସ୍ କ୍ରିମ୍, ଡେଟ୍ ପ୍ୟାନ କେକ୍ ମିଳିପାରିବ ।