ତାଙ୍କ କହିବା କଥା ହେଲା, ଦିନେ ଦାଶବର୍ମାଙ୍କ ପାଖରେ ଚିତ୍ତ ଥିବା ବେଳେ ଅରୁଣ ମିଶ୍ର ନାମକ ଜଣେ ବ୍ୟକ୍ତି ଆସିଥିଲେ। କୌଣସି କଥାକୁ ନେଇ ଦାଶବର୍ମାଙ୍କ ସହ ଉଚ୍ଚବାଚ ହେବାରୁ ଚିତ୍ତ ଏଥିରେ ବାଧା ଦେଇଥିଲେ। ଯାହା ଚିତ୍ତ ମୃତ୍ୟୁ ଘଟଣାର ପ୍ରଚ୍ଛଦପଟ କାହାଣୀ ହୋଇପାରେ।
ଏଣୁ ସ୍ପଷ୍ଟ ନ ହେଲେ ମଧ୍ୟ ବିବାଦ ଅରୁଣ ମିଶ୍ରଙ୍କ ଆଡକୁ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି। ପ୍ରଶ୍ନ ଉଠୁଛି କିଏ ଏହି ଅରୁଣ ମିଶ୍ର ? ଚିତ୍ତ-ଦାଶବର୍ମା-ଅରୁଣ ଭିତରେ ସମ୍ପର୍କ କ’ଣ ? ଏମିତି କ’ଣ ହୋଇଥିଲା ସେଦିନ ? କେଉଁ ଘଟଣା ପାଇଁ ଉଭୟଙ୍କ ଭିତରେ ବାଦ ବିବାଦ ହୋଇଥିଲା ?
ଏ ସମସ୍ତ ପ୍ରଶ୍ନ ସମ୍ଭାବ୍ୟ ହତ୍ୟାକାଣ୍ଡକୁ ଦର୍ଶାଉଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ଦିଗ କିନ୍ତୁ ଭିନ୍ନ। ଏମିତିକି ପରିବାର ଲୋକେ ପ୍ରଥମେ ଦାଶବର୍ମାଙ୍କ ଆଡକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଦାଶବର୍ମା ଆଉ ମୃତ ଚିତ୍ତଙ୍କ ବଡ଼ବାପାଙ୍କ ସହ ସାକ୍ଷାତ ପରେ ବୟାନ ବଦଳିବା ମଧ୍ୟ ଏହି ଦିଗକୁ ସତ ବୋଲି ଭାବିବା ପାଇଁ ଆଶା ଦୃଢ କରୁଛି। ଆଉ ଏପଟେ ପୁରୀ ସର୍କିଟ୍ ହାଉସର ସିସିଟିଭି ଗାଏବ ହେବା ଘଟଣା ମଧ୍ୟ ହତ୍ୟା ଷଡଯନ୍ତ୍ର ଦାବିକୁ ଦୃଢିଭୂତ କରୁଛି । ପୋଷ୍ଟ ମର୍ଟମ ରିପୋର୍ଟରେ ପ୍ରଥମେ ଦୁର୍ଘଟଣା ପରେ ପାଣିରେ ବୁଡି ମୃତ୍ୟୁ ଘଟଣା ଉଲ୍ଲେ୍ଖ ଥିବାରୁ ଦାଶବାର୍ମାଙ୍କ ସମ୍ପୃକ୍ତି ସନ୍ଦେହ ମଧ୍ୟ ଦୃଢ ହେଉଛି। ଦେଖାଯାଉ କ୍ରାଇମବ୍ରାଞ୍ଚ ସତ କହୁଛି କି ସତ ଢୋକୁଛି।