ରବିନ୍ଦ୍ର ଘରର ସୁନା ଅଳଙ୍କାର ଆଉ ଜମିବାଡ଼ି ବିକ୍ରି କରି ସମୁଦାୟ ୮ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ l ହେଲେ ଚାକିରୀ ନହେବାରୁ ରବିନ୍ଦ୍ର ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମିଥ୍ୟା ମାମଲାରେ ଫସାଇ ଦେବାକୁ କହିଥିଲେ l ରବୀନ୍ଦ୍ର ଭୟଭୀତ ହୋଇ ସ୍ଥାନୀୟ ଲୋକଙ୍କୁ କହିବାରୁ ସମସ୍ତେ ମିଳିମିଶି ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ।
ସେହିଭଳି ଅନ୍ୟ ଏକ ଘଟଣାରେ ସେହି ଯମରା ଅଞ୍ଚଳର କରୁଣାକର ରଣାଙ୍କ ଘରକୁ ବାସୁଦେବ ପୂଜା କରିବାକୁ ଯାଇଥିଲେ l ନିଜର ପତିଆରା ଜାହିର କରିବାକୁ ଯାଇ ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ନିଜର ସମ୍ପର୍କ ଥିବା ନେଇ କହିଥିଲେ l ଯେକୌଣସି ସମସ୍ୟା ହେଲେ ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l କିଛିଦିନ ପରେ କରୁଣା କରଙ୍କ ଭାଇଙ୍କ ଶରୀର ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା l ଅଭିଯୁକ୍ତ ବାସୁଦେବ ଏହା ଜାଣିବା ପରେ କରୁଣାକରଙ୍କ ଘରେ ପହଞ୍ଚି ତାଙ୍କ ଭାଇକୁ ମେଡିକାଲ ନେଇଥିଲେ l ମେଡିକାଲରୁ ଆସି ତାଙ୍କୁ ବ୍ଲଡ କ୍ୟାନ୍ସର ହୋଇଥିବା ନେଇ କହିବା ସହ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ l
ଏନେଇ ପୁରୋହିତଙ୍କ କଥାକୁ ବିଶ୍ବାସ କରି ପ୍ରଥମେ ଜମିବାଡ଼ି ବିକ୍ରି କରି ସେମାନେ ୬ ଲକ୍ଷ ଟଙ୍କା ଦେଇଥିଲେ l ଅଭିଯୁକ୍ତ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ନେଇ ତାଙ୍କୁ ଚିକିତ୍ସା କରାଇ ମେଡିସିନ ଦେଇଥିଲେ l ଆଉ ୬ ଲକ୍ଷ ଟଙ୍କା ହଡ଼ପ କରିଥିଲେ l କରୁଣାକର ଭାଇଙ୍କୁ ଦିନକୁ ମାତ୍ର ଗୋଟିଏ ରୁଟି ଖାଇବାକୁ ପରାମର୍ଶ ଦେଇଥିଲେ l ଏହାଦ୍ବାରା ତାଙ୍କ ଶରୀର ଆହୁରି ଅସୁସ୍ଥ ହୋଇ ପଡିଥିଲା l କରୁଣାକର ନିଜେ ତାଙ୍କ ଭାଇଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ l ଆଉ ତାଙ୍କୁ କ୍ୟାନ୍ସର ନଥିବା ଜାଣିବାକୁ ପାଇଥିଲେ l
ଅଭିଯୁକ୍ତ ଦେଇଥିବା ସମସ୍ତ କ୍ୟାନ୍ସର ରିପୋର୍ଟ ନେଇ ଆହୁରି କେତେଜଣ ଡ଼ାକ୍ତରଙ୍କୁ କରୁଣାକର ଦେଖାଇ କ୍ୟାନ୍ସର ହୋଇନଥିବା ଜାଣିବାକୁ ପାଇଥିଲେ l ଏନେଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଧମକ ଦେଇଥିଲେ l ଟଙ୍କା ଫେରସ୍ତ ମାଗିବାରୁ କୋର୍ଟରେ କରୁଣାକରଙ୍କ ବିରୋଧରେ ଅଭିଯୁକ୍ତ ୧ସିସି କେଶ କରି ଆହୁରି ୧୫ ଲକ୍ଷ ଟଙ୍କା ନେବାକୁ ନୋଟିସ କରିଥିଲେ l ଏନେଇ ସ୍ଥାନୀୟ ସରପଞ୍ଚ ଆଉ ଭଦ୍ରଲୋକଙ୍କ ମାଧ୍ୟମରେ ସମାଧାନ କରିବାକୁ କରୁଣାକର ଚେଷ୍ଟା କରି ବିଫଳ ହେବାରୁ ଥାନାରେ ଅଭିଯୋଗ କରିଛନ୍ତି ।
କେବଳ ଏହି ଦୁଇଜଣ ନୁହନ୍ତି ବରଂ ଶତାଧିକ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି l ଅଭିଯୋଗକୁ ପୋଲିସ ଗୁରୁତର ସହ ନନେବାରୁ ଶେଷରେ ଅଭିଯୋଗକାରୀ ଆଜି ଏସ୍ପିଙ୍କୁ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।