ଅଧିକ ପଢନ୍ତୁ ଓଡ଼ିଶା ଖବର
୧୦ଟି ସୈରାତର ଏହି ଲିଜଧାରୀଙ୍କୁ ଧର୍ମଶାଳା ତହସିଲ ଆଜି ୧୬୪ କୋଟି ୫ଲକ୍ଷ ୭୦ହଜାର ୫୬୬ଟଙ୍କା ଜରିମାନା କରିଛନ୍ତି । ଧର୍ମଶାଳା ତହସିଲରେ ଲିଜଧାରୀଙ୍କ ଦ୍ବାରା ବେଆଇନ କଳାପଥର ଖନନ, ପରିବହନ ଓ ମାତ୍ରାଧିକ ଖଣି କାରବାର ପ୍ରମାଣିତ ହୋଇଥିଲା ।
ଡ୍ରୋନ୍ କ୍ୟାମେରା ଓ DGPS ଦ୍ବାରା ମାପଚୁପ ପରେ ଚୁକ୍ତିନାମାଠାରୁ ଅଧିକ କଳାପଥର ଖନନ କରିବା ସହିତ ପରିବେଶ ଓ ଖଣି ଆଇନ୍କୁ ଉଲଂଘନ କରଯାଇଥିବା ସ୍ପଷ୍ଟ ହୋଇଥିଲା । ଏଥିପାଇଁ ୧୦ଟି ସୈରାତର ୯ଜଣ ଲିଜ୍ଧାରୀଙ୍କୁ ଧର୍ମଶାଳା ତହସିଲ ପକ୍ଷରୁ କାରଣଦର୍ଶାଅ ନୋଟିସ ଲିଜଧାରୀଙ୍କୁ ଜରିମାନା ଡିମାଣ୍ଡ ନୋଟିସ ଜାରି କରଯାଇଛି ।