ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ବାଣିଜ୍ୟରେ ୨୪ ହଜାର ୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପାସ ହାର ୮୧. ୧୨ ପ୍ରତିଶତ ରହିଛି । ପୁଅଙ୍କ ପାସ ହାର ୭୯. ୫୨ ରହିଥିବା ବେଳେ ଝିଅଙ୍କ ପାସ ହାର ୮୩. ୮୭ ରହିଛି । ଶତପ୍ରତିଶତ ରେଜଲ୍ଟ ହୋଇଥିବା ସ୍କୁଲ ୯୪ଟି ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୦୨ ଜଣ ଛାତ୍ର ଛାତ୍ରୀ । ଅଧିକ ପାସ ହାର ଜିଲା ନୟାଗଡ଼ ୯୩. ୯ ରହିଥିବା ବେଳେ ସର୍ବନିମ୍ନ ବୌଦ୍ଧ ୫୫. ୫୫ ରହିଛି । ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦, ଦ୍ବିତୀୟରେ ୪ ହଜାର ୫୪୩, ଓ ୩ୟ ଶ୍ରେଣୀରେ ୭୪୯୨ ଜଣ ପାସ କରିଛନ୍ତି । ବାଣିଜ୍ୟରେ ପୂର୍ବ ବର୍ଷ ୮୯. ୨୦ ରହିଥିବା ବେଳେ ଚଳିତ ଥର ୮ ପ୍ରତିଶତ କମକୁ ଖସି ୮୧. ୧୨ ପ୍ରତିଶତ ରହିଛି । ଯାହାକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ ।
ବ୍ରହ୍ମପୁର ନାଳନ୍ଦା ବିଦ୍ୟା ମନ୍ଦିରର ଛାତ୍ର ବାଦଲ ଲେଙ୍କା ଯୁକ୍ତ ଦୁଇ ପରୀକ୍ଷାରେ କରିଛନ୍ତି ଚମତ୍କାର । ବାପା ଜଣେ ରଙ୍ଗମିସ୍ତ୍ରୀ । କିନ୍ତୁ ପୁଅ ୯୩.୮୩ ପ୍ରତିଶତ ମାର୍କ ରଖିଛନ୍ତି । ୬୦୦ରୁ ବାଦଲ ୫୬୩ ମାର୍କ ରଖିଛନ୍ତି । ଦଶମରେ ମଧ୍ୟ ବାଦଲ ୫୧୫ ମାର୍କ ରଖିଥିଲେ । ବାଦଲଙ୍କ ଧୀଶକ୍ତି ହିଁ ଓଡ଼ିଆଙ୍କର ପ୍ରକୃତ ଶକ୍ତି । ଗରିବଙ୍କର ମେଧାଶକ୍ତି ପାଇଁ ଓଡ଼ିଶା ଯେ ଗର୍ବିତ ତାର ଉଦାହରଣ ହେଉଛନ୍ତି ବାଦଲ । ତେବେ ଏଥର ଛାତ୍ରଛାତ୍ରୀଙ୍କ ଭିତରେ ଟିକେ ଅଲଗା ଥିଲେ ଜୟପୁର ସହର ଯୁକ୍ତ ଦୁଇରେ ଚଳିତ ବର୍ଷ ପାସ କରିଥିବା ଅଚ୍ୟୁତ ରାଓ । ଚଳିତ ବର୍ଷ ସେ ଜୟପୁର ସହର ରେ ଥିବା ବିଡି କଲେଜରେ ବିଜ୍ଞାନ ରେ ପରୀକ୍ଷା ଦେଇଥିଲେ । ଆଉ ଏହି ପରୀକ୍ଷାରେ ସେ ଶତକଡା 60 ଭାଗ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଶାଖାପଟନମରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ । ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ଲଗାତାର ଚିକିତ୍ସା ପାଇଁ ଆନ୍ଧ୍ର ପ୍ରଦେଶ ନିଆଯାଇଥିଲା । ପୂରା ପରିବାରର ସହଯୋଗ ପାଇଁ ସେ ଆଜି କୃତକାର୍ଯ୍ୟ ।