ସୂଚନାଯୋଗ୍ୟ, କଟକରେ ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜା ପ୍ରସଙ୍ଗ ସରକାରଙ୍କ ନିଷ୍ପତ୍ତି ପରେ ଆଜି କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ରାଜନୈତିକ ଦଳ, ପୂଜା କମିଟି ଓ ବିଭିନ୍ନ ସାହି ମୂରବୀ ସାମିଲ ଥିଲେ । ମୂର୍ତ୍ତି ଉଚ୍ଚତା ସହ ଆବଦ୍ଧ ପୂଜା କଟକଣାକୁ କୋହଳ କରିବା ପାଇଁ ସରକାରଙ୍କୁ ପୁଣି ଥରେ ପ୍ରସ୍ତାବ ଦେବା ପାଇଁ ଚାଲିଥିଲା ଆଲୋଚନା ।
ଏହି ବୈଠକରେ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, କଟକ ସାଂସଦ ଭର୍ତୃହରୀ ମହତାବ, ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ପିସିସି ଉପସଭାପତି ସୁରେଶ ମହାପାତ୍ର, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ପ୍ରଫୁଲ୍ଲ ସାହୁ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଉପସ୍ଥିତ ଥିଲେ ।