କଟକ: ସଫେଇ ହେଉଛି ସିଲଭର ସିଟି । କଟକ ସହରର ଚେହେରାକୁ ବଦଳାଇବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ଉଦୀୟମାନ ଯୁବ ଗୋଷ୍ଠୀ । କଟକ ନରାଜ ଆଇ.ବି ରୋଡରେ ଆଜି ସକାଳ ସଫେଇ ଅଭିଯାନ ଚଲାଇଥିଲା ସିଲଭର ସିଟି ହେଲ୍ପର୍ସ ଫାଉଣ୍ଡେସନ । ହାତରେ ଝାଡୁ ଧରି ରାସ୍ତାରୁ ଅଳିଆ ହଟାଇବା କାମରେ ଲାଗିପଡିଥିଲେ କିଛି ଯୁବକ ଯୁବତୀ । ସଂଗଠନ ପକ୍ଷରୁ ପ୍ରତ୍ୟେକ ରବିବାର ଚାଲୁଥିବା ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ରେ ବହୁ ସଂଖ୍ୟାରେ ସଦସ୍ୟ ଭାଗ ନେଇ ସଫେଇ କାର୍ୟ୍ୟରେ ପରସ୍ପରକୁ ସହଯୋଗ କରୁଛନ୍ତି ।
ଏମାନଙ୍କର ମୂଳ ଲକ୍ଷ୍ୟ କଟକ ସହର କୁ ଏକ ସ୍ୱଚ୍ଛ ସୁନ୍ଦର ସହରଭାବେ ଗଢି ତୋଳିବା । ସେଥିପାଇଁ ସେମାନେ ସବୁ କିଛି ସରକାର ଉପରେ ଛାଡିନାହାଁନ୍ତି । ସେମାନଙ୍କ ମୁତାବିକ ପ୍ରତ୍ୟେକ ନାଗରିକଙ୍କୁ ନିଜ ନିଜ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାକୁ ହେଲେ କିଛି ନାଁ କିଛି ନିଜକୁ କରିବାକୁ ପଡିବ ବୋଲି ଭାବିବା କଥା ବୋଲି ଏମାନେ ମତବ୍ୟକ୍ତ କରିଛନ୍ତି । ବିଗତ ୨ମାସ ହେବ ପ୍ରତ୍ୟେକ ରବିବାର ସେମାନେ କଟକ ସହର ଏବଂ ଅନ୍ୟାନ ସ୍ଥାନମାନଙ୍କରେ କରୁଛନ୍ତି ସଫେଇ କାର୍ଯ୍ୟକ୍ରମ । ଆଉ ଏହା ମାଧ୍ୟମରେ ଜନସାଧାରଣଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଦେଉଛନ୍ତି ସନ୍ଦେଶ । ତେବେ ଆଗକୁ ସହର ର ସ୍ୱଚ୍ଛତା କୁ ନେଇ ସିଏମସି କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ଏହି ସଂଗଠନ ସିଲଭର ସିଟି ହେଲ୍ପର୍ସ ଫାଉଣ୍ଡେସନ ।