ପ୍ରକାଶ ଯେ କିରାଣୀ ଦେବାଶିଷ ଚମ୍ପୁଆ ବ୍ଲକ ଆୟୁର୍ବେଦିକ ଆସିଷ୍ଟାଣ୍ଟ ବିରାମ ତୁଡ଼ୁଙ୍କ ପାଞ୍ଚ ମାସର ବକେୟା ଦରମା କରିବା ପାଇଁ ପାଞ୍ଚ ସହ ଟଙ୍କା ଦାବି କରିଥିଲେ । ଏହା ସହ ଜିଲ୍ଲାର ଅନ୍ୟ ୩୦ ଜଣ କର୍ମଚାରୀଙ୍କ ବକେୟା ଦରମା ପାଇଁ ପାଞ୍ଚ ଶହ କରି ପନ୍ଦର ହଜାର ଟଙ୍କା କିରାଣୀ ଦେବାଶିଷ ମହାପାତ୍ର ଦାବି କରିଥିଲେ । ଏହି ଟଙ୍କା ନଦେଲେ ବକେୟା ଦରମା କରିବେ ନାହିଁ ବୋଲି ଦେବାଶିଷ କହିଥିଲେ । ଦାବି ମୁତାବକ ଆଜି ଅଗ୍ରୀମ ଟଙ୍କା ଏକାଠି କରି ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ଠାରେ ଟୁଡୁ ଦେବାଶିଷଙ୍କୁ ଲାଞ୍ଚ ଦେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ। ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନଗଦ ଭିଜିଲାନ୍ସ ବିଭାଗ ଜବତ କରି ତାଙ୍କୁ ଗିରଫ କରିଥିଲା ।
ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦେବାଶିଷଙ୍କ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସଗୃହ ଓ କାର୍ଯ୍ୟକାଳରେ ଏକାସଙ୍ଗେ ଚଢ଼ାଉ ଜାରି ରଖିଛି । କେନ୍ଦୁଝର ଭିଜିଲାନ୍ସ ବିଭାଗ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ତତ୍ବାବଧାନରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗ କର୍ମଚାରୀ ଉପସ୍ଥିତି ଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...