ସେହିପରି ବିଡଙ୍ଗ, ବାଇବିଡଙ୍ଗ ଭଳି ୪୮ ପ୍ରକାର ବୃକ୍ଷଲତା ଏବେ ସଙ୍କଟାପନ୍ନ ଅବସ୍ଥାକୁ ଆସିଗଲେଣି | ପ୍ରାୟତଃ ୪୧ ପ୍ରକାର ଔଷଧୀୟ ଉଭିଦଙ୍କ ସ୍ଥିତି ଏକପ୍ରକାର ଅଦୃଶ୍ୟ ହେବାକୁ ବସିଲାଣି । ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଥିବା ଜୈବବିବିଧତାର ଠିକ ରୂପରେ ସୁରକ୍ଷା ଓ ସଂରକ୍ଷଣ ହୋଇପାରୁ ନଥିବାରୁ ସଂକଟରେ ଉଦ୍ଭିଦ ଜଗତ । ଅତି ସଙ୍କଟପୂର୍ଣ ଜୈବ ସମ୍ପଦ ତଥା ଉଭିଦମାନଙ୍କର ପ୍ରକୃତ ତଥ୍ୟ , ସ୍ଥିତି , ଠିକଣା ଓ ସଂଖ୍ୟାର ଚିହ୍ନଟ କରିବା ପରେ ଗବେଷଣା କରାଯିବ । ଗବେଷଣା ପରେ ଯେଉଁ ପ୍ରଜିତର ଉଦ୍ଭିଦ ବିପଦରେ ରହିଛି ତାହାର କିପରି ଯତ୍ନ ନିଆଯିବ ତା ଉପରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । biodiversity botanists।
ତେଣୁ ବର୍ତ୍ତମାନ ସମୟରେ ଜୈବ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ପାଇଁ ପାରମ୍ପରିକ ଜ୍ଞାନ କୌଶଳର ବ୍ୟବହାର ସମ୍ପର୍କିତ ତଥ୍ୟ ରହିବା ର ଆବଶ୍ୟକତା ରହିଛି ଏହା ସହ ଜୈବ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନସଚେତନତା ଜରୁରୀ ବୋଲି ଉଭିଦ ବିଜ୍ଞାନୀମାନେ ମତ ଦେଇଛନ୍ତି।