
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ଯୋଗୀ ସର୍ଦା ପଂଚାୟତରେ ବର୍ଷାରେ ଘରର କାନ୍ଥ ଭୂଷୁଡି ଅଳ୍ପକେ ବଞ୍ଚିଲେ ମହିଳା । ଗୁରୁତର ଅବସ୍ତାରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ବନ୍ୟା ଛାଡ଼ିଛି ହେଲେ ସୁଧିରି ନାହି ଏଠାକାର ସାଧାରଣ ଜନତାଙ୍କ ଦୁଃଖ । ପ୍ରଶାସନ ନିଘୋଡ଼ ନିଦ୍ରାରେ ଅଚିନ୍ତାରେ ଶୋଇଥିବାବେଳେ, ଅନ୍ୟପଟେ ବଳିପଡୁଛନ୍ତି ବନ୍ୟାଞ୍ଚଳବାସୀ ।
ସୁଚନାଅନୁଯାୟୀ, ଆସନ୍ତାକାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ହଠାତ ଘରର କାନ୍ଥ ମହିଳାଙ୍କ ଉପରେ ପଡିଯାଇଥିଳା । ପାଖ ପଡୋସି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତଥାପି ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନାହି । ବାରମ୍ବାର ଲୋକେ ପଲିଥିନ ପାଇଁ ଯାଇ ବିଡିଓ, ତହସିଲଦାର ପ୍ରତାରଣା ସିକାର ହେଉଛନ୍ତି । ଏନେଇ ବନ୍ୟାଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି ।
