ଅର୍ଗସ ବ୍ୟୁରୋ: ସମ୍ୱଲପୁରରେ ସିଏମ୍ କିଷାନ ସହାୟତା ଶୁଭାରମ୍ଭ କାର୍ଯ୍ୟକ୍ରମ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସିଏମ୍ କିଷାନ ପୋର୍ଟାଲର ହେବ ଉନ୍ମୋଚନ । ଏହି ଅଞ୍ଚଳକୁ ଆହୁରି କୃଷିଭିତ୍ତିକ କରାଯିବ । ଓଡିଆ ସ୍ୱାଭିମାନ, ଅସ୍ମିତା, ମା'ର ବିଜୟ ହୋଇଛି କହିଲେ ଧର୍ମେନ୍ଦ୍ର । ୧୦୦ ଟଙ୍କା କହି ମୁହଁ ବୁଲେଇଥିଲ, ମୋହନ ସରକାର ୮୦୦ ଟଙ୍କା ଅଧିକ ଦେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ୱୋଧନ କରିଥିଲେ। ଧର୍ମେନ୍ଦ୍ର କହିଛନ୍ତି ଯେ, ଆମର ପ୍ରତିବଦ୍ଧତା ଚାଷୀ, ଯୁବବର୍ଗ, ପଛୁଆ ବର୍ଗଙ୍କ ପାଖରେ ଅଛି । ଏଣିକି ସାଧାରଣ ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।
ପବିତ୍ର ନୂଆ ଖାଇ ଅବସରରେ ସି. ଏମ କିଷାନ ପୋର୍ଟାଲ ଉନ୍ମୋଚନ, ପିଏମ କିଶାନ ଯୋଜନାର ସ୍ଵତନ୍ତ୍ର ଅଭିଯାନ, କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପାରିବାରକୁ ୯୨୫କୋଟି ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଡିବିଟି ମଧ୍ୟମରେ ହସ୍ତାନ୍ତର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଅଧିକ ପଢ଼ନ୍ତୁ ଓଡିଶା ଖବର: