ବରଗଡ଼: ବରଗଡ଼ରେ ହେବ କ୍ୟାନସ୍ର ହସ୍ପିଟାଲ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଗସ୍ତରେ ଯାଇଥିବା ବେଳେ ଏଭଳି ଘୋଷଣା କରିଛନ୍ତି । ବରଗଡ଼ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
70 କୋଟି ଟଙ୍କା ଟଙ୍କାରେ 7ଟି ପ୍ରକ୍ପଳ୍ପର ଉଦ୍ଘାଟନ କରିଥିବା ବେଳେ 60 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 22ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 6 ମହଲା ବିଶିଷ୍ଟ ନୂତନ କୋଠାର ଉଦ୍ଘାଟନ କରିଛନ୍ତି ନବୀନ ପଟ୍ଟନାକୟକ । ଏହା 300 ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେଏଥିରେ 45 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଖାଲି ସେତିକି ନୁହେଁ ବରଗଡ଼ରେ ଏକ କର୍କଟ ରୋଗ ଚିକିତ୍ସାଳୟ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିଭଳି ବରଗଡ଼ର ଏକ ହାଇଲେବୁଲ ସେତୁ, ବିଜେପୁରରେ ଆଇସିଆଇସି ବ୍ୟାଙ୍କର 150ତମ ଶାଖା, ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଦ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
