ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଭୁବନେଶ୍ୱର: କୋଭିଡ ସ୍ଥିତିକୁ ମୁଖ୍ୟମନ୍ତ୍ରୀ ଡାକିଲେ ସମୀକ୍ଷା ବୈଠକ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସୀମାନ୍ତ ବର୍ତ୍ତି ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ନିଆଯାଇ ପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦିନକୁ ଦିନ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।