ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ। ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ଏଥିସହିତ ନବୀନ କହିଛନ୍ତି ଯେ ସେ ମାସ୍କ ପିନ୍ଧୁ ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ ।
ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ବର୍ତ୍ତମାନ ସ୍ଥିତିରେ ମାସ୍କ ହିଁ ଆମ ପାଇଁ ଏକମାତ୍ର ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏବେ କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ବ୍ୟାପି ଚାଲିଛି। ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ। ତେଣୁ ଆମେ ଆମ ଜୀବନ ଶୈଳେରେ ଛୋଟିଆ ପରିବର୍ତ୍ତନ ଆଣିପାରିବା ଓ ମାସ୍କକୁ ସାଥି କରିପାରିବା। ତେବେ ବିନା ଲକ୍ଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା। ଆପଣଙ୍କ ସହଯୋଗ ଆମକୁ ଏହି ଯୁଦ୍ଧରେ ବିଜୟୀ କରିପାରିବ ବୋଲି ସିଏମ କହିଛନ୍ତି । ।