ମଲରୁ ପ୍ୟାକେଟ ଖାଦ୍ୟ କିଣିଥିବା ଜଣେ ଖାଉଟିଙ୍କ ଅଭିଯୋଗକୁ ଭିତ୍ତି କରି ଗୁରୁବାର ଏହି ମଲ ଉପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ତେବେ ଚଢ଼ାଉ ସମୟରେ ଚଞ୍ଚଲ୍ୟକାର ତଥ୍ୟ ସାମାନ୍ନାକୁ ଆସିଥିଲା । ଏକ୍ସପାରୀ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ କର୍ମଚାରୀ ପ୍ୟାକେଟ ଉପରେ ଥିବା ତାରିଖକୁ କେମିକାଲ ଦ୍ଵାରା ଲିଭାଇ ଦେଉଥିଲେ । ତେବେ ଗ୍ରାହକକୁ ଠକିବା ,ଜାଣିଶୁଣି ଅଖାଦ୍ୟ ବିକ୍ରି କରିବା ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ପ୍ରଥମେ କଟକରୁ ନକଲି ଖାଦ୍ୟ ସାମଗ୍ରୀ ଅଉ ଏବେ ଏକ୍ସପ୍ୟାରି ଖାଦ୍ୟ । ଗୋଟିଏ ପରେ ଗୋଟିଏ ଘଟଣା ସମ୍ନାକୁ ଆସିହା ପରେ ଚିନ୍ତାରେ ଖାଉଟି ।