ଅଧିକ ପଢନ୍ତୁ:ଆଇନ ଶୃଙ୍ଖଳା ବନାମ କେନ୍ଦ୍ର ଅବେହଳା
ଦୀର୍ଘ 24 ଘଣ୍ଟା ରୁ ଅଧିକ ସମୟ ଧାରଣାରେ ବସି ବା ପରେ ତାଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଥିଲେ ଉଭୟ ଦଳର ବରିଷ୍ଠ ନେତା ଓ ନେତ୍ରୀ । ତେବେ ଆଜି କର୍ପୋରେଟର ମାନଙ୍କ ଦାବି କମିଶନର ଶୁଣିବା ପରେ ଉଦଘାଟନି ପ୍ରକଳ୍ପକୁ ପରିବର୍ତ୍ତନ କରିବା ପାଇଁ ପ୍ରତିଶ୍ରୁତି ମିଳିଛି । ତେବେ ଯଦି ପ୍ରତିଶ୍ରୁତି ପାଳନ ନହୁଏ ତେବେ ଆଗାମୀ ଦିନରେ ଏଭଳି ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର ।
ସେପଟେ କଟକ ମହାନଗର ନିଗମ ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ସେମନଙ୍କର ଦାବି ପୂରଣ ନେଇ ଏକାଠି ହୋଇ ଧାରଣାରେ ବସିରହିଥିଲେ । ସହରରେ ଯେ କୌଣସି ସମସ୍ୟା ହେଉ ବା ଦୁର୍ନୀତି ହେଉ ବିରୋଧୀ ଦଳ ଭାବରେ ଏହି ଭଳି ବିଜେପି କଂଗ୍ରେସ କର୍ପୋରେଟର ଏକାଠି ହୋଇ ଲଢ଼ିବେ ବୋଲି କହିଛନ୍ତି ଉଭୟ ଦଳ ।
ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ