ଏଭଳି ପ୍ଲାଂଟ୍ ଗୁଡିକ ପାଇଁ, ମନ୍ତ୍ରଣାଳୟ ଓଜନ ଦ୍ୱାରା ୧୦% ବାଧ୍ୟତାମୂଳକ ମିଶ୍ରଣ ଆଧାରରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ୧୫ ଜୁନ୍ ୨୦୨୨ରୁ ଆରମ୍ଭ କରି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବ୍ୟବହୃତ କୋଇଲାର ପରିମାଣକୁ ହିସାବ କରିବା ନିମନ୍ତେ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏହି ସବୁ ପ୍ଲାଂଟ୍ ଆମଦାନୀ କରା ଯାଉଥିବା କୋଇଲା ଆହରଣ କରିବାକୁ ତିନି ସପ୍ତାହର ଏକ ମହଲତ ପ୍ରଦାନ କରିବ ।
ବିଦ୍ୟୁତ୍ ଶକ୍ତିର ବର୍ଦ୍ଧିତ ଚାହିଦା ଏବଂ ଘରୋଇ କୋଇଲା କମ୍ପାନୀ ମାନଙ୍କର କୋଇଲା ଯୋଗାଣ କୋଇଲା ବ୍ୟବହାର ସହିତ ମେଳ ଖାଉନଥିବାକୁ ତାହା ଉପରେ ବିଚାର କରି, ଶକ୍ତି ମନ୍ତ୍ରଣାଳୟ ଆଇପିପି ଗୁଡିକ ସମେତ ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ (ଜେନ୍କୋ) ଶକ୍ତି ଉତ୍ପାଦନ ପାଇଁ ୧୦% ଆମଦାନୀକୃତ କୋଇଲା ମିଶ୍ରଣ କରିବା ନିମନ୍ତେ୨୮.୦୪.୨୦୨୨ ରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଘରୋଇ କୋଇଲା ଯୋଗାଣକୁ ପରିପୂରଣ କରିବା ପାଇଁ କରା ଯାଇଛି ।