ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଟ୍ରେନ ଦୁର୍ଘଟଣା ଥମିବାକୁ ନାଁ ନେଉନି। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟି ଚାଲିଛି। ବାଲେଶ୍ବର ବାହାନଗାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ୨୮୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏହାପରେ ପୁଣି ମାଲବାହୀ ଟ୍ରେନ ଗଡ଼ି ଯାଜପୁର ଷ୍ଟେସନରେ ୬ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।
ଆଜି ସକାଳୁ ମାଲବାହୀ ଟ୍ରେନକୁ ନେଇ ଆଉ ଏକ ଘଟଣା। କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଏମିତି ଘଟଣା ଘଟିଛି ଦକ୍ଷିଣ ପୂର୍ବ ରେଳ ପଥର ରୁପସା ରେଳ ଷ୍ଟେସନ ନିକଟରେ। ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା। ଆଜି ସକାଳେ ଏହି ଟ୍ରେନ ରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟ ପାଣି ପକାଇଥିଲେ। ଫଳରେ ଧୂଆଁ ବନ୍ଦ ହେବାରୁ ଗାଡ଼ିଟି ଷ୍ଟେସନରୁ ଚାଲି ଯାଇଛି। ଏଥିରେ ସେପରି ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା 26 ନଂ ଜାତୀୟ ରାଜପଥ ହନୁମାନ ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଥିବାବେଳେ ସଇଁନ୍ତଲା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତି ଆମ୍ବପାଲି ଗାଁର ସରୋଜ ଗହୀର ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: