ତେବେ ଆହୁରି 48 ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶା ଉପକୂଳ ସମେତ ଜଗତସିଂହପୁର, ରାୟଗଡା, କୋରାପୁଟ ଏବଂ କନ୍ଧମାଳରେ ବର୍ଷା ହେବ । ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
27 ରୁ ତାପମାତ୍ରାରେ ହ୍ରାସ ଘଟିବା ସହିତ ରାଜ୍ୟକୁ ପୁଣି ଶୀତ ଲହରୀ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏମିତି କି ରାତ୍ରୀକାଳୀନ ତାପମାତ୍ରାରେ 3 ରୁ 5 ଡିଗ୍ରୀ ଯାଏଁ ମଧ୍ୟ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।