ଆଗାମୀ 24ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ହେବ ବୋଲି ଜଣାଡିଛି। ଏହି ଜିଲ୍ଲାଗୁଡିକ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା। ଅନ୍ୟପଟେ 8ତାରିଖରୁ ଶୀତ କମିବା ସହିତ ଘନ କୁହୁଡି ଦେଖିବାକୁ ମିଳିବ।
8ରେ ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଅନୁଗୁଳ ଢେଙ୍କାନାଳରେ କୁହୁଡିର ପ୍ରଭାବ ରହିବ। ସେହିପରି 9ତାରିଖରେ ଏସବୁ ଜିଲ୍ଲା ସହିତ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ କୁହୁଡିର ପ୍ରଭାବ ରହିବ। ଏହି ସବୁ ଜିଲ୍ଲାଗୁଡିକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।