ଜିଲ୍ଲାରେ ନକ୍ସଲ ବିରୋଧୀ କୁମ୍ବିଂ ଅପେରସନ ଓ ମାଓବାଦୀ ମାନଙ୍କ ଗତିବିଧି ନେଇଁ କନ୍ଧମାଳ ଏସ. ପି ବିନୀତ ଅଗ୍ରୱାଲ ଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଦୁଇ ନିହତ ମହିଳା ମାଓବାଦୀଙ୍କ ମୃତ ଦେହ ମାଓ ସାମଗ୍ରୀ ଗୁଡ଼ିକ ଦେଖିଛନ୍ତି । ତେବେ ଦୁଇ ନିହତ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି, ତାର ନାମ କମଳା ଘର ଛତିଶଗଡ ରାଜ୍ୟରେ, ଅନ୍ୟ ଜଣକର ପରିଚୟ ଜାଣିବା ପାଇଁ ଚେଷ୍ଟା ଚାଲିଥିବା ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି । ନିହତ ଦୁଇ ମାଓବାଦୀ KKBN ମାଓ ସଂଘଠନର ଏବଂ ସେଠାରେ ପ୍ରାୟ 10/12 ଜଣ ମାଓବାଦୀ ଥିଲେ, ତେଣୁ ବର୍ତମାନ ମଧ୍ୟ ସେହି ଜଙ୍ଗଲରେ କୁମ୍ବିଂ ଅପେରସନ ଜାରି ରହିଛି ବୋଲି କହିଛନ୍ତି । ସେହିଭଳି CRPF IG ଏସ. କେ ମହାନ୍ତି କହିଛନ୍ତି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସଂଖ୍ୟା ବହୁତ କମ ରହିଛି, ଆମେ ଜିଲ୍ଲା ପୋଲିସ ସହିତ ମିଶି କାମକରୁଛି ଏବଂ ପ୍ରାୟ ବର୍ଷେ ଭିତରେ ଜିଲ୍ଳା ମାଓବାଦୀ ମୁକ୍ତ ହୋଇପାରେ ।

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ କନ୍ଧମାଳ -ବୌଦ୍ଧ ସୀମାନ୍ତବର୍ତ୍ତୀ ମାତାକୂପା ଜଙ୍ଗଲରେ ଏସଓଜି ପକ୍ଷରୁ ଚାଲିଥିବା କୁମ୍ବିଂ ଅପରେସନ ବେଳେ ଗତକାଲି ଦୁଇ ଜଣ ମହିଳା ମାଓବାଦୀ ନିହତ ହେବା ସହିତ ସେମାନଙ୍କ ପାଖରୁ ବହୁ ମାଓ ସାମଗ୍ରୀ ମିଳିଛି । ଆଜି ଘଟଣାର ଅନୁଧ୍ୟାନ କରିବା ପାଇଁ କନ୍ଧମାଳ ଜିଲ୍ଲାରେ ଆସି ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଏବଂ ସିଆରୁପିଏଫର ବରିଷ୍ଠ ଅଧିକାରୀ ମାନେ । ଏହି ଟିମରେ ଆସିଛନ୍ତି ରାଜ୍ୟ ପୋଲିସର IG ଅପେରସନ ଅମିତାଭ ଠାକୁର, IG Intelligence ସଂଜୀବ କୁମାର ପଣ୍ଡା,SIW DIG ଅନିରୁଦ୍ଧ ସିଂ, Additional Director IB ରିଥିକ ରୁଦ୍ର, ଦକ୍ଷିଣାଞ୍ଚଳ IG ସତ୍ୟବ୍ରତ ଭୋଇ,CRPF 8th ବାଟାଲିୟନ IG ଏସ. କେ ମହାନ୍ତି, CRPF 127 ବାଟାଲିଆନର କାମାଣ୍ଡେଣ୍ଟ ଆନନ୍ଦ ଝା ପ୍ରମୁଖ ଆସି ଫୁଲବାଣୀ ସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ।
