ଭୁବନେଶ୍ଵରର ମୋଟ ୩୧ଟି ସ୍ଥାନରେ ନାକାବନ୍ଦୀ କରି ବ୍ଲକିଂ ଓ ଚେକିଂ କରାଯାଉଛି। ସେହିପରି ନିଶା ସେବନ କରି ଗାଡି ଚଳାଉଥିବାରୁ ସହିଦ ନଗର ଓ ଭରତପୁର ଥାନା ଅଞ୍ଚଳର ୧୨ ଚାଳକଙ୍କୁ ଗିରଫ କରିଛି ପୁଲିସ।
ମଦୁଆ ଚାଳକଙ୍କଠୁ ଜରିମନା ଆଦାୟ ସହ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶରେଟ ପୁଲିସ। ଏଯାଏଁ ୧୪୫ ମଦୁଆ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହା ସହ କିଛି ଗାଡି ଚାଳକଙ୍କ ଲାଇସେନ୍ସ ବାତିଲ କରିବାକୁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି।
ରାତିରେ ନିଶାସେବନ କରି ଅନେକ ଯୁବକ ଚୋରି ଓ କାଗଜପତ୍ର ନଥିବା ଗାଡି ଚଳାଉଛନ୍ତି। ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି। ଏହା ସହ ସେମାନଙ୍କଠୁ ଗାଡି ଜବତ କରାଯାଇଛି। ଏହିକ୍ରମରେ ମୋଟ ୨୨ଟି ଗାଡି ଜବତ କରାଯାଇଛି।
ତେବେ ଏତେ ସବୁ ହେଲା ପରେ ବି ମଦୁଆ ଗାଡି ଚାଳକ ସାବାଡ ହେଉ ନାହାନ୍ତି। ସାଧାରଣ ଲୋକେ ବି ଏମାନଙ୍କ ଦ୍ଵାରା ନାନାଦି କଷ୍ଟର ଶିକାର ହେଉଛନ୍ତି। ତେଣୁ ଏହା ସହ ଆଉ କିଛି କଡା ନିୟମ କମିଶନରେଟ ପୋଲିସକୁ ଯଥାଶୀଘ୍ର କରିବାକୁ ପଡିବ। ତେବେ ଯାଇ ମଦୁଆ ଚାଳକ ବାଟକୁ ଆସିବେ।