ଅର୍ଗସ୍ ବ୍ୟୁରୋ : ଆରଡି ବିଭାଗର ପାୱାରଫୁଲ୍ ଜେଇ। ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଡାହଣ ହାତ ଏହି ଜେଇଙ୍କ ଦାଦାଗିରି। ପ୍ରଶ୍ନ ପଚାରିଲେ ଠେଲୁଛନ୍ତି ବୁମ୍, ଆଉ କହୁଛନ୍ତି ମୋ ସରକାର, ମୋ ପକେଟରେ । ଏହା ହେଉଛି କେନ୍ଦ୍ରାପଡା ଜିଲ୍ଲାର ଆରଡି ବିଭାଗରେ ଚାଲିଥିବା ଜେଇ ସରକାରର କଥା । ପାୱାରଫୁଲ ଜେଇ ଅଞ୍ଜନ ବଳ । ଠିକାଦାର ପୋଷିବା ପାଇଁ ସବୁ ବାଟ ଖୋଲିଦେଇଛନ୍ତି । ଆଉ ତାଙ୍କୁ ସାହା କରୁଛି ବିଭାଗ । ରାଧେ ରାଧେ ତୁମର ଅଧେକୁ ମୋର ଅଧେ ନ୍ୟାୟରେ ଚାଲୁଛି କାମ । ଆଉ ଏକ୍ସପାରୀ ସିମେଣ୍ଟରେ କାମ କରି ରାଜ୍ୟ ରାଜକୋଷରେ ଲାଗୁଛି ଚୂନ । ଆଉ ଏନେଇ ପ୍ରଶ୍ନ ପଚାରିଲେ ନା ଜେଇ ଉତ୍ତର ଦେଉଛନ୍ତି ନା ଅନ୍ୟ କର୍ମଚାରୀ। ସମସ୍ତଙ୍କର ଗୋଟିଏ କଥା ବଡବାବୁ ଉତ୍ତର ଦେବେ । କିଏ ସେ ବଡ ବାବୁ । ସେ କଣ ମନ୍ତ୍ରୀ ସୁଶାନ୍ତି ସିଂଙ୍କ ଉପରେ କି ?
ଜଳସମ୍ପଦ ବିଭାଗ ପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ । କେନ୍ଦ୍ରାପଡା ଗୋପ ପାଟନାଳୀ କେନାଲରେ ୱାଲ ନିର୍ମାଣରେ କୋଟି କୋଟି ଟଙ୍କାର ଘୋଟଲା । ଚାଲିଛି ଠିକାଦାର ପୋଷଣ । ଆଉ ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକ ବସପୁର ଲୁଣା ନଦୀ ନିକଟସ୍ଥ ନଦୀ ବନ୍ଧ କେନାଲରେ ୧୦ କୋଟି ଟଙ୍କା ବ୍ୟୟରେ ୱାଲ ଓ ବ୍ରିଜ ନିର୍ମାଣ କାର୍ଯ୍ୟ । ଆଉ ଏଠି ମଧ୍ୟ କାମ ନିମ୍ନ ମାନର । ଏହି ପ୍ରୋଜେକ୍ଟ ମଧ୍ୟ ଧୁସ ବାଲି ସମେତ ଏସ୍କପାୟର ସିମେଣ୍ଟରେ ଚାଲୁଛି । ଆଉ ଏଠି ପ୍ରଶ୍ନ ପଚାରିଲେ ଜେଇଇ ଦାଦାଗିରି ଦେଖାଉଛନ୍ତି ।
ମନଇଚ୍ଛା ଚାଲିଛି କାମ। ଆଖିରେ ଅଙ୍ଗୁଳି ଗେଞ୍ଜି ସରକାରୀ ଯୋଜନା ହେଉଛି ବାଟବଣା। ହେଲେ ଏହା ଉପରେ କାହାର ନଜର ନାହିଁ। ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।