ପରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କାଲିଠାରୁ ସେ ମେଡିକାଲରେ ରହିଥିଲେ । ଆଜି ତାଙ୍କୁ ମେଡିକାଲ ତରଫରୁ ସକାଳେ ଜଳଖିଆ ପ୍ରଦାନ କରାଯାଇଥିଲା । ଯେଉଁଥିରେ ଏକ ବିଛା ବାହାରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ମେଡିକାଲରେ ଥିବା ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପ୍ରସୂତିଙ୍କ ଖାଦ୍ୟରେ ବିଛା ବାହାରିଥିବା ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଭଦ୍ରକ: ରୋଗୀଙ୍କ ଖାଦ୍ୟରେ ବିଛା । ଯାହାକୁ ନେଇ ମେଡିକାଲରେ ହୋ ହଲା କଲେ ରୋଗୀଙ୍କ ସମ୍ପର୍କୀୟ । ଏପରି ଘଟଣା ଘଟିଛି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ମାଟିପକା ଗାଁର ପ୍ରକାଶ ବେହେରାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ନାୟକଙ୍କ ଗର୍ଭ ଯନ୍ତ୍ରଣା ପରେ ପରିବାର ପକ୍ଷରୁ ତାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ ।
Download Argus News App
