ଅଧିକ ପଢନ୍ତୁ: ନୂଆ ଜୀବନ ଦେବାକୁ ଚାଲିଲା ୩ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର
ସୂଚନା ଅନୁସାରେ ଶିଶୁର ବୟସ ମାତ୍ର 6 ମାସ। ତାର ଘର ମାଲକାନଗିରି ଜିଲ୍ଲାରେ। ଜନ୍ମ ରୁ ହିଁ ଶିଶୁର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ଅଣ୍ଟା ରେ କିଛି ମାଂସ ଫୁଲିବା ଦେଖା ଦେଇଥିଲା। ବୟସ ବୃଦ୍ଧି ପାଇବା ସହିତ ମାଂସ ପିଣ୍ଡୁଳା ବଢି ଚାଲିଥିଲା। ପରିବାର ଲୋକେ ମାଲକାନଗିରି ଡାକ୍ତର ଖାନାରେ ଶିଶୁର ଚିକିତ୍ସା ଆରମ୍ଭ କରିଥିଲେ ମାତ୍ର କୋମଳ ମତି ଶିଶୁର ଏଭଳି ଅସ୍ତ୍ରୋପଚାର ମାଲକାନଗିରି ହସ୍ପିଟାଲରେ ସମ୍ଭବପର ନୁହଁ ବୋଲି ଡାକ୍ତର ତାଙ୍କୁ scb ନେବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତର ଙ୍କ ପରାମର୍ଶ କ୍ରମେ ଶିଶୁ କୁ ଧରି ପରିବାର ଲୋକ କଟକ ବଡ଼ ମେଡ଼ିକାଲ ଆସିଥିଲେ। ନ୍ୟୁରୋ ସର୍ଜରି ବିଭାଗ ର ବରିଷ୍ଠ ପ୍ରଫେସର ତଥା scb ମେଡ଼ିକାଲର ଅଧୀକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ଉକ୍ତ ଶିଶୁଙ୍କୁ ରଖାଯାଇଥିଲା। ଶିଶୁର ଅସ୍ତ୍ରୋପଚାର ସଫଳ ହେଇଥିବା ବେଳେ ସେ ବିପଦ ମୁକ୍ତ ରହିଛି ବୋଲି scb ମେଡିକାଲ ପକ୍ଷରୁ କୁହାଯାଇଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ