ଡିଆଇଜି ରାଜେଶ ପଣ୍ଡିତଙ୍କ ନିକଟରେ ଗତ ୧୧ ଡିସେମ୍ବର ୨୦୨୧ ମସିହାରେ ଆତ୍ମସମର୍ପଣ କରିଥିଲେ ମହିଳା କ୍ୟାଡ଼ର ମାଓବାଦୀ। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ ଯୁକ୍ତ ଦୁଇ ଶିକ୍ଷାଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ପଲିସିରେ ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଅନୁଯାୟୀ କୌଣସି ଏକ ବିଷୟରେ ଶିକ୍ଷା ଗ୍ରହଣ କରିବା ପାଇଁ କୁହାଯାଇଥିଲା ।
ନିଜ ରୁଚି ଅନୁଯାୟୀ କମଲେଶ୍ଵରୀଙ୍କୁ ୩ ମାସର କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରିଥିବାରୁ ତାଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।