କିନ୍ତୁ ନର୍ସ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଉଠିଛି ବଡ ପ୍ରଶ୍ନ । ଓଡିଶାରେ ନର୍ସିଂ ଷ୍ଟାଫଙ୍କ ଅଭାବ ମହାମାରୀ କରୋନା ବେଳେ ସାମ୍ନାକୁ ଆସିଥିଲା । ତେବେ ମହାମାରୀ ମୁକାବିଲା ପାଇଁ ତରବରିଆ ଭାବେ ସରକାର ହଜାର ହଜାର ଅସ୍ଥାୟୀ ନର୍ସ ମାନଙ୍କୁ ନିଯୁକ୍ତି ଦେଇଥିଲେ । କିନ୍ତୁ କୋଭିଡ ସ୍ଥିତି ସୁଧୁରିବା ସହ ନର୍ସ ମାନଙ୍କ ଅବଦାନକୁ ଭୁଲି ସେମାନଙ୍କୁ ଚାକିରୀରୁ କାଢି ଦେଇଥିଲେ ସରକାର । ଯେଉଁଥି ପାଇଁ ସେବେଠାରୁ ନର୍ସ ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ବାରମ୍ବାର ଧାରଣା ଦେଇ ଆସୁଛନ୍ତି । କିନ୍ତୁ ଏବେ ଯାଏଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିପାରି ନାହିଁ ।
ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ଵ ନର୍ସିଂ ପଦବୀ ଖାଲିଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ସ୍ଵୀକାର କରିଛି । ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟ ଅନୁଯାୟୀ, ୫ ହଜାର୧୪ ଷ୍ଟାଫ ନର୍ସ, ୨ ହଜାର ୧୬୫ ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଛି । ରାଜ୍ୟରେ ମୋଟ ୨୮ ହଜାର ମଞ୍ଜୁରୀ ପ୍ରାପ୍ତ ନର୍ସିଂ ପଦବୀ ରହିଛି । ତେବେ ଖୁବଶୀଘ୍ର ୭ ହଜାର ୪୮୩ଟି ପଦବୀରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ ।
କେନ୍ଦ୍ର ସରକାର ଓଡିଶାରେ ୭ଟି ନୂଆ ନର୍ସିଂ କଲେଜ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡିଶା ସରକାର ମଧ୍ୟ ୧୦ଟି ନୂଆ ନର୍ସିଂ କଲେଜ ଖୋଲିବା ପାଇଁ ଯୋଜନା ରଖିଛନ୍ତି । ତେବେ ପ୍ରଶ୍ନ ଯେଉଁ ସେବିକା ମାନଙ୍କ ସେବାକୁ ନେଇ କରୋନା ମହାମାରୀକୁ ସରକାର ସାମନା କଲେ ପରେ ସେମାନଙ୍କୁ ଧୋକା ଦେଲେ କେମିତି.. 5ହଜାରରୁ ଅଧିକ ଷ୍ଟାପ ନର୍ସ ପଦ ଖାଲି ଥିବା ବେଳେ କାହିଁକି ଏମାନଙ୍କୁ ମିଳୁନି ନିଯୁକ୍ତି
ଅଧିକ ପଢନ୍ତୁ ଓଡ଼ିଶା ଖବର