ଉଦେଶ୍ୟ ଥିଲା ସମାଜରେ ସମସ୍ତେ ଏକତ୍ରିତ ହୋଇ ସନାତନ ଧର୍ମ ର ପ୍ରଚାର ପ୍ରସାର କରିବା ସହ ସମାଜରେ ସଂତିଶୃଙ୍ଖଳା ରକ୍ଷା କରିବା। ଏହି ବୈଷ୍ଣବ ସମ୍ମିଳନୀରେ କଲିକତା, ନଦିଆ ନବଦ୍ବୀପ, ବୃନ୍ଦାବନ, ପୁରୀ, କଟକ, ବାଲେଶ୍ୱର, ସମ୍ବଲପୁର ଆଦି ବହୁ ଦୂର ଦୁରାନ୍ତରରୁ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ ଯାହାକି ଏହି ମଙ୍ଗଳପୁର ଅଞ୍ଚଳ ପାଇଁ ଏକ ଗୌରବ ବୋଲି ଆଲୋଚନା ହେଉଛି। ଯେତେବେଳେ ଏହି ନଗର ସଂକୀର୍ତନ ଗ୍ରାମ ପରିକ୍ରମା କୁରୁଥାଏ ସେତେବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି ଯାହାକି ଏହି ଅଞ୍ଚଳ ପାଇଁ ଏକ ବିରଳ ଦୃଶ୍ୟ ଏବଂ ଅନୁଭୂତି ଥିଲା। ବିଶେଷକରି ମହିଳା ମାନେ ରାସ୍ତାରେ ଝୋଟି ଚିତା ପକାଇ ଧୂପଦୀପ ରେ ବନ୍ଦାପନା କରି ସାଧୁ ମାନଙ୍କୁ ସ୍ଵାଗତ କରିଥିଲା ବେଳେ ଗ୍ରାମ୍ୟ ରାସ୍ତାରେ ନୁଆ ଶାଢ଼ୀ ପକାଇ ଥିଲେ। ବିଗତ ଦିନରେ ଏତେ ସଂଖ୍ୟକ ବୈଷ୍ଣବ ଏକା ସାଙ୍ଗରେ କେବେ ଗ୍ରାମରେ ଏକତ୍ରିତ ହୋଇଥିବା ଦେଖାଯାଇନଥିଲା।
ଓଡିଶା ଖବର ଆହୁରି ପଢନ୍ତୁ