ଗତକାଲି ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା। ତାରା ଙ୍ ଇସ୍ତଫା ପରେ କଂଗ୍ରେସ ବିଧାୟକଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ହୋଇଛି ।

ଅର୍ଗସ ବ୍ୟୁରୋ : କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା । ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପିସିସି ପରିବର୍ତ୍ତନ ଭିତରେ କଂଗ୍ରେସ ରେ ହଇଚଇ।

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ ।
ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଛକ ମାନଙ୍କରେ ଚେକିଂ ବ୍ୟତିତ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
