ବିଜେପି ଦୁନିଆର ସବୁଠାରୁ ବଡ ଦଳ । ଏବେ ଦେଖିବାକୁ ମିଳୁଛି ରାଷ୍ଟ୍ରୀୟ ପାର୍ଟି କ୍ଷେତ୍ରୀୟ ପାର୍ଟିରେ ପରିଣତ ହୋଇଛି । ଆଉ କିଛି ରାଷ୍ଟ୍ରୀୟ ପାର୍ଟି ହୋଇ ନାହିଁ । ଆମ ଦଳ କାଡର ବେସ୍ । ଦେଶର ସବୁଠାରୁ ବଡ ପାର୍ଟି ।
ଆଜି ଆମ ସ୍ଥିତି କଣ । ଆଜି ଆମେ କାହା ସହ ଲଢୁଛୁ । ଇଣ୍ଡିଆନ ନାସନାଲ କଂଗ୍ରେସ । ନା ଇଏ ନାସନାଲ ଅଛି ନା ଇଏ ରାଷ୍ଟ୍ରୀୟ । ନା ଇଏ ଭାରତୀୟ ହୋଇ ରହିଛି । ଏ ପାର୍ଟି ଏବେ ଭାଇ ଭଉଣୀର ପାର୍ଟି ହୋଇ ଯାଇଛି । ଆମେ ଲଢୁଛୁ ପାରିବାରର ପାର୍ଟି ସହ ।
ଜମ୍ମୁକାଶ୍ମୀରରେ ଫରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା । ବାପା ପୁଅର ଦଳ । ହରିୟାଣାରେ ଚୌଟାଲା ଦଳ । ପଞ୍ଜାବରେ ପ୍ରକାଶ ସିଂ ବାଦଲ, ସୁଖବିର ସିଂ ବାଦଲ । ବିହାରର ଆରଜେଡି । ତେଜସ୍ୱୀ ଓ ଲାଲୁଙ୍କ ଦଳ । ଝାଡଖଣ୍ଡ ଶିବୁ ସୋରନେ, ହେମନ୍ତ ସୋରେନ । ଓଡିଶାରେ ବିଜୁ ଜନତା ଦଳ । ଏକ ବ୍ୟକ୍ତିଙ୍କ ଦଳ । ସବୁ ପରିବାରିକ ଦଳ ହୋଇସାରିଛି । କେବଳ ଭାରତୀୟ ଜନତା ଦଳ ହିଁ ବିଚାର ଦଳ ହୋଇ ରହିଛି । ବିଚାର ସହ ଚାଲୁଛି ।
ଏହାସହ ଜନସାଧାରଣଙ୍କୁ ସମ୍ବୋଧନ କରି ନଡ୍ଡା କହିଛନ୍ତି ଯେ ଓଡ଼ିଶାରେ ବି ବିଜେପି ସରକାର ଆସିବା ଦରକାର । ଡବଲ୍ ଇଞ୍ଜିନର ସରକାର ଆସିବା ଦରକାର । ରାଜ୍ୟରେ ଭ୍ରଷ୍ଟାଚାରମୁକ୍ତ ସରକାର ଦରକାର । ବାଟରେ ଛୁଆ ଜନ୍ମ ହେବା, ଟ୍ରଲିରେ ଶବ ବୁହାହେବା, ଏହା କୁଶାସନର ଛବି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ଉନ୍ନତ ସ୍ଵାସ୍ଥ୍ୟସେବା ଲୋକେ ପାଆନ୍ତୁ, ଏମାନେ ଚାହୁଁନାହାନ୍ତି ବୋଲି ସମ୍ବୋଧନ କରି କହିଛନ୍ତି ନଡ୍ଡା ।
ରାଜନୀତି ଖବର ଆହୁରି ପଢନ୍ତୁ ।