ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବନ୍ଦ ସର୍ବଶ୍ରୀ ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନାଥ ମିଶ୍ର, ରଶ୍ମି ମହାପାତ୍ର, ମୋହନ ଜେନା, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରାଜକିଶୋର ବାରିକ, ପ୍ରକାଶ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ସୌମେନ୍ଦ୍ର ମହାନ୍ତି, ନାରାୟଣ ରାଉତ, ବେଣୁଧର ପାତ୍ର, ମଂଟୁ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ କାଙ୍ଗାଳି ବାବୁ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ସଂଗଠନକୁ ସୁଦୃଢ଼ କରିବାପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କାଙ୍ଗାଳି ବାବୁ ଜଣେ ସ୍ନେହୀ, ପରୋପକାରୀ, ସ୍ପଷ୍ଟବାଦୀ, ଗାନ୍ଧୀବାଦୀ ନେତାଭାବେ ପରିଚିତ ଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି ଯାହାକି କାଙ୍ଗାଳି ବାବୁଙ୍କୁ ସବୁଦିନ ପାଇଁ ଲୋକେ ମନେ ରଖିବେ । କାଙ୍ଗାଳି ବାବୁଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।