ପଦମପୁର ଜନମତ ସହ 24 ସାଧାରଣ ନିର୍ବାଚନକୁ ଯୋଡ଼ିଛନ୍ତି ରାଜନୀତି ସମୀକ୍ଷକ। କଂଗ୍ରେର ବିପର୍ଯ୍ୟୟ 2019 ସାଧାରଣ ନିର୍ବାଚନଠାରୁ ଲାଗିରହିଛି । 2019ରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳରୁ ହଟିଥିଲା କଂଗ୍ରେସ। ଦଳର ଭୋଟ୍ ହାର ସର୍ବକାଳୀନ ତଳସ୍ତର 14 ପ୍ରତିଶତରେ ପହଞ୍ଚିଥିଲା। 2019 ପରେ ହୋଇଥିବା ଉପନିର୍ବାଚନ ଗୁଡ଼ିକରେ ତିର୍ତ୍ତୋଲ ଓ ବ୍ରଜରାଜନଗରକୁ ବାଦ ଦେଲେ ସବୁଠି ଅମାନତ ବଞ୍ଚାଇବାରେ ବିଫଳ ହୋଇଥିଲା କଂଗ୍ରେସ। ଓଡ଼ିଶାରେ 2024ରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବୀତାରେ ସ୍ଥିତି ରଖିପାରିବ କି ନାହିଁ ଦେଖାଦେଇଛି ସନ୍ଦେହ ।
ରାଜ୍ୟରେ ଶକ୍ତିଶାଳୀ ବିଜେଡି ଓ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ଭିତରେ ଦ୍ବିମୁଖୀ ଲଢେଇର ରାସ୍ତା ପ୍ରସସ୍ତ କରିଛି କି ପଦମପୁର ରେଜଲ୍ଟ। ଓଡ଼ିଶାରେ ତୃତୀୟ ଦଳ ଭାବେ ବିଜେପିର ବିଦ୍ଧିବଦ୍ଧ ଏଣ୍ଟ୍ରି ହୋଇଥିଲା 1995 ବିଧାନସଭା ନିର୍ବାଚନରେ । ଦଳ 7.5 ପ୍ରତିଶତ ଭୋଟ୍ ସହ 9ଟି ଆସନ ଜିତି ଜନତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା। 1990 ବିଧାନସଭା ନିର୍ବାଚନରେ ବିଜୁଙ୍କ ଜନତା ଦଳ ଓ କଂଗ୍ରେସ ମଧ୍ୟରେ ହୋଇଥିଲା ସିଧା ଲଢେଇ। ପଦମପୁର ପରେ ଓଡ଼ିଶାରେ ହେବାକୁ ଯାଉଛି କି 1990 ଓ ତା ପୂର୍ବର କଂଗ୍ରେସ ଜନତା ଲଢେଇ ପରି ବିଜେପି ବିଜେଡିର ସିଧା ଲଢେଇ।
ରାଜନୀତି ଖବର ଆହୁରି ପଢନ୍ତୁ ।