କାରଣ ଏଥର ନାଳିରେ ପଶିଛନ୍ତି କଗ୍ରେସ ବିଧାୟକ ମହମ୍ମଦଚ ମୋକିମ୍। ନାଳର ଆଣ୍ଠୁଏ ପଙ୍କରେ ପଶି ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ସିଡିଏରେ ଥିବା ପେଟନାଳର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବିଳମ୍ବକୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ଟ୍ରୋଲ କରାଯାଉଛି ।
କୁହାଯାଉଛି, ପ୍ରତିବାଦ କରିବାର ଏ କି ଉପାୟ । ଲୋକଙ୍କ ହିତ ପାଇଁ ନୁହେଁ କେବଳ ରାଜନୀତିକରଣ ଏବଂ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ମୋକିମ ବାବୁ ଏହି ପ୍ରହସନ କରୁଛନ୍ତି । ପଙ୍କରେ ପଶି ସେ ରାଜନୈତିକ ଫାଇଦା ନେବାକୁ ବସିଛନ୍ତି। ଏମିତି କରି କଂଗ୍ରେସର ହାତ ଛାଡି ସେ ବିଜେପି କିମ୍ବା ବିଜେଡିର ଆଶ୍ରା ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଆମର ପ୍ରଶ୍ନ, ପଙ୍କରେ ପଶି ମୋକିମ ବାବୁ ଖୋଜୁଛନ୍ତି କ’ଣ ? ଗେଣ୍ଡା, ଶଙ୍ଖ ନା ପଦ୍ମ ?
ତେବେ ଏଠାରେ କହିରଖୁଛୁ ଯେ ପେଟାନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଏବଂ ଅର୍ଥ ଅନୁମୋଦନ ସରିଥିଲେ ମଧ୍ୟ ପ୍ରକଳ୍ପ କଯ୍ୟକାରୀ ପାଇଁ ସରକାର ଜାଣି ଶୁଣି ବିଳମ୍ବ କରୁଥିବାର ଅଭିଯୋଗ କରିଛନ୍ତି ବିଧାୟକ । ଅନ୍ୟପଟେ ବିଧାୟକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ବିଧାୟକ ସତ୍ୟାଗ୍ରହ କଣ ଜାଣି ନାହାନ୍ତି ତାଙ୍କର ପାପୁଲାରୀଟି କାମୁଥିବାରୁ ଏଭଳି କରି ଥାଇପାରନ୍ତି ।
ସେପଟେ କଟକର ଯେଉଁ ଯେଉଁ ପ୍ରୋଜେକ୍ଟ ପାଇଁ ଟେଣ୍ଡର ହୋଇଛି ସେ ସବୁକୁ ଅନୁଧ୍ୟାନ କରାଯାଇ ୧୫ ଦିନ ଭିତରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ସିଏମସି କମିଶନର । ସେପଟେ ଯେପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି ମହମ୍ମଦ ମୋକିମ ।