ନୂଆ ଯୁବ ବର୍ଗକୁ ସୁଯୋଗ ଦେବାର ଅଛି । ଏଭଳି ଉପନିର୍ବାଚନ ଫଳାଫଳ ଦିଲ୍ଲୀ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । ଏଭଳି ଅବସ୍ଥା ଲାଗି ରହିଲେ ୟୁପି ପଶ୍ଚିମବଙ୍ଗ ଭଳି ରାଜ୍ୟରେ କଂଗ୍ରେସ ଲୋପ ହୋଇଯିବ । ସବୁବେଳେ ଦଳର ପ୍ରାର୍ଥୀଙ୍କ ହାର ପରେ ସମ୍ବଳ ନଥିବାରୁ ହାରିଲୁ ବୋଲି କୁହା ଯାଉଛି । ଯଦି ସମ୍ବଳ ନାହିଁ ଲୋକ ହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି ।
ଦଳର ସେନାପତି ବିଶ୍ବାସଘାତ କଲେ ଦଳ ଆଗକୁ କୁଆଡେ ଯିବ? ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ପକେଟ ଗରମ କରିବାର ସୁଯୋଗ ଆଣୁଛି । ଏଭଳି ହେଲେ ଆଗକୁ କଂଗ୍ରେସ ନୋଟା ସହ ଲଢେଇ କରିବ । ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାକୁ ରୋଡମ୍ୟାପ ପ୍ରସ୍ତୂତ କରାଯାଉ ।
ରାଜନୀତି ଖବର ଆହୁରି ପଢନ୍ତୁ ।