ଅଧିକ ଖବର ପଢ଼ନ୍ତୁ:ସ୍ୱାଧିକାର ଭଙ୍ଗ ନୋଟିସ ମୁଭ୍ ନହେବାକୁ ନେଇ ବିଧାନସଭା ସରଗରମ
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲ ରେ 9 ଜଣ ଶିକ୍ଷକ ନାହାନ୍ତି। କେମିତି ରୁପାନ୍ତରିକରଣ କରୁଛନ୍ତି ସରକାର । ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲରେ ଶିକ୍ଷକ ଅଭାବ ରହିଛି । ସେପଟେ 5-T ସ୍କୁଲ ଗୁଡିକ ପେମେଣ୍ଟ ହୋଇ ପାରୁନାହିଁ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ଏପ୍ରସଙ୍ଗ ଉଠାଇଥିଲେ । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବେ।
ଆହୁରି ଅଧିକ ପଢ଼ନ୍ତୁ: ଭାଗଚାଷୀ ପ୍ରସଙ୍ଗରେ ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧି