ଅନୁଗୁଳ ଜିଲ୍ଲା ବାଲିପଟ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୋଳରେ ଥିବା ସମ୍ଭାବନାକୁ ବ୍ୟାପକ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷର ଅମୃତ କାଳରେ ‘ବିକଶିତ ଭାରତ’ ପାଇଁ ସ୍ୱପ୍ନ ଦେଖିଛନ୍ତି । ଏହି କାଳଖଣ୍ଡରେ ଅନୁଗୋଳ ଭଳି ଖଣି ସମୃଦ୍ଧ ଅଞ୍ଚଳର ବିକାଶର ଦାୟିତ୍ୱ ନେବାକୁ ହେବ, ଯାହାର ଗୁରୁ ଦାୟିତ୍ୱ ଅଞ୍ଚଳର ଯୁବବର୍ଗଙ୍କ ଉପରେ ରହିଛି ।
ଅଧିକ ପଢନ୍ତୁ: ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି: ଧର୍ମେନ୍ଦ୍ର
ଯୁବପିଢିମାନେ କେବଳ ଚାକିରି ଅନ୍ୱେଷଣରେ ରୁହନ୍ତୁ ନାହିଁ ବରଂ ନିଯୁକ୍ତିଦାତା ହୋଇ ନିଜର ପ୍ରତିଭା ବଳରେ ଖଣି ସମ୍ଭାବନାର ଅଞ୍ଚଳକୁ ଆଗକୁ ନେବା ପାଇଁ ସଂକଳ୍ପ ନିଅନ୍ତୁ । ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଶିକ୍ଷାକୁ ଯୋର ଦେବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଦାୟିତ୍ୱ ।