ଓଡ଼ିଶାରେ କୌଣସି ଜିଲ୍ଲା ଗଠନ କରିବାର ଯୋଜନା ନାହିଁ ବୋଲି ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଥିବାବେଳେ ଏଠାରେ କେମିତି ମୁଖ୍ୟମନ୍ତ୍ରୀ ପଦମପୁର କୁ ଜିଲ୍ଲା କରାଯିବ ବୋଲି କହିଲେ ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଚାଷୀ ସମସ୍ୟା, ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମିଛ କହିଥିବା ଅଭିଯୋଗ କରିଛି କଂଗ୍ରେସ।
ପିସିସି-ଓଡ଼ିଶାରେ କୌଣସି ଜିଲ୍ଲା ଗଠନ କରିବାର ଯୋଜନା ନାହିଁ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କିନ୍ତୁ ଏଠାରେ କେମିତି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ଯେ ସେ ମିଛ କହୁଛନ୍ତି ନା ତାଙ୍କ ମନ୍ତ୍ରୀ ମିଛ କହୁଛନ୍ତି।
ଲୋକଙ୍କୁ ଭକୁଆ ବନାଇଛନ୍ତି ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟ ସମସ୍ୟା ଏଠାରେ ଲାଗି ରହିଛି ଆଜି ତାଙ୍କୁ ମନେ ପଡ଼ିଲା ଯେ ହସ୍ପିଟାଲ ରେ ଡାକ୍ତର ନିଯୁକ୍ତି କରିବେ ବୋଲି କହୁଛନ୍ତି,ଚାଷୀଙ୍କ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି ଚାଷୀଙ୍କ ପାଇଁ ଆଜି ମଧ୍ୟ ମଣ୍ଡି ବ୍ୟବସ୍ଥା କରି ପାରି ନାହାଁନ୍ତି ଚାଷୀ ଆଜି ମଧ୍ୟ ଅଣ୍ଡର ରେଟ ରେ ଧାନ ବିକ୍ରି କରୁଛି ମିଲରଙ୍କ ଶୋଷଣ ର ଶିକାର ହଉଛି,ଇନପୁଟ୍ ସବସିଡି ଆଜି ମଧ୍ୟ ଦେଲେ ନାହିଁ । 22 ବର୍ଷରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳ ଅବହେଳିତ ଏହାର ଜବାବ ଆସନ୍ତା 5 ତାରିଖରେ ଲୋକେ ଭୋଟ ମାଧ୍ୟମରେ ଦେବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।