କଳାହାଣ୍ଡି ଜିଲ୍ଲାରେ ୫ ହଜାରୁ ଅଧିକ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ଥିଲାବେଳେ ମାହାଲିଙ୍ଗ କଲେଜକୁ ଅହେତୁକ ଅନୁକମ୍ପା ଦେଖାଇ ଡବ୍ଲୁଓଡିସିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁ ସଂସ୍ଥା ବିରୋଧରେ ଯୌନ କେଳେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ ରହିଛି, ସେ ସଂସ୍ଥାକୁ କିଭଳି ପାଣି ଭଳି ସରକାରୀ ପାଣ୍ଠି ଖର୍ଚ୍ଚ ହେଉଥିଲା ସେନେଇ ପ୍ରଶ୍ନ କରିଛି କଂଗ୍ରେସ। ବ୍ଲାକ ଲିଷ୍ଟ ହେବା ଭଳି ଏକ ସଂସ୍ଥାକୁ ରେକମେଣ୍ଡଡେସନ ପାଇଁ କେଉଁ ବିଭାଗ କୁ କେତେ ଥର ଚିଠି ଲେଖାଯାଇଛି ଏବଂ ମହାଳିଙ୍ଗ କଲେଜକୁ କେତେ ସରକାରୀ ଜମି କେଉଁ ଆକାରରେ ଦିଆଯାଇଛି ତାହାର ଉତ୍ତର ରାଜ୍ୟ ସରକାରଙ୍କ ନିକଟରୁ ଦାବି କରିଛି କଂଗ୍ରେସ।
୨୦୧୩ ରେ ନୂଆ କରି ଗଢି ଉଠିଥିବା ଏକ ସଂସ୍ଥାରେ କେମେଷ୍ଟ୍ରି ପେପର ଲିକ ହୋଇଥିଲା। ଏହାର ଚେର ମହାଲିଙ୍ଗ କଲେଜ ବୋଲି ଜଣା ପଡିଥିଲା। ସେହିପରି ସିଏଜି ରିପୋର୍ଟରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ଆସିଥିବା ଟଙ୍କାକୁ କଲେଜ ପାଇଁ ରାସ୍ତା ଓ ଲେଡିଜ ହଷ୍ଟେଲ ତିଆରି ପାଇଁ ପଂଚୟତରାଜ ବିଭାଗ ଦେଇଥିଲା। ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।