ବଙ୍ଗୋମୁଣ୍ଡା ବ୍ଲକ ର ବେଆଇନ ଭାବରେ କାଟିଥିବା ବିଜୁ କେବିକେ ଷ୍ଟେଟ ସେୟାରର ୧ କୋଟି ଟଙ୍କା ଫେରାଇ ଦିଆଯାଉ ଏବଂ ୫-ଟି ସ୍କୁଲର ବକେୟା ଟଙ୍କା ଶୀଘ୍ର ଦିଆଯାଉ ବୋଲି ଦାବି କରିଛନ୍ତି।
ଆଜି ବଙ୍ଗୋମୁଣ୍ଡା ବ୍ଲକ ଏବଂ ଆସନ୍ତା କାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ମୁରିବାହାଲ,ତୁରେକେଲା ସମ୍ମୁଖରେ ବିଧାୟକ ଙ୍କ ସମର୍ଥକ ପକ୍ଷରୁ ଧାରଣା ଦିଆଯିବ ବୋଲି କୁହାଯାଇଛି । ଆସନ୍ତା ୧୮ ତାରିଖ ରେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ବିଧାୟକ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ ଯେ,ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକରେ ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ। ବିଜୁ କେବିକେ ରେ ବ୍ଲକ ଫଣ୍ଡ କାଟିଦେବା ବିଷୟରେ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲାପାଳ କଥା କଟାକଟି। ବୈଠକରେ ମନ୍ତ୍ରୀ ଟୁକୁନି ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷା ସହ ଅନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ । ଆଠ ମାସ ହେଲା ଜିଲ୍ଲାପରିଷଦ ବୈଠକ ହେଉନଥିବାରୁ ମଧ୍ୟ ବୈଠକରେ ପାଟିତୁଣ୍ଡ ହୋଇଥିଲା ।
ଓଡିଶା ଖବର ଆହୁରି ପଢନ୍ତୁ