ସେପଟେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କର ମୁଣ୍ଡ ଖରାପ ଥିଲା ବୋଲି କୁହାଯାଉଛି । ଆଉ କେହି ତାଙ୍କର ଫାଇଦା ନେବା ପାଇଁ ହତ୍ୟା କରିନାହିଁ ତ ଏଭଳି ପ୍ରଶ୍ନ ଏବେ ଉଠୁଛି । 48 ଘଣ୍ଟା ପରେ ବି ପୋଲିସ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଖୋଜି ପାରିନି । ପୋଲିସ ଡିଜି ଚୁପ୍ । ମୁଖ୍ୟମନ୍ତ୍ରୀ ଚୁପ୍ ।
କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଭାର ଦେଇ ମାମଲାକୁ ଚାପିବାକୁ ଉଦ୍ୟମ କରାଯାଉଛି । ପରୀ ହତ୍ୟାକାଣ୍ଡ ମାମଲାକୁ ଚାପିବାକୁ ଚେଷ୍ଠା କରିଥିବା ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ ରାଜନୈତିକ ପତିଆରା ଥିବା ବ୍ୟକ୍ତି ଥିଲେ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।
ସେହିପରି ସରକାରଙ୍କୁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ କରିଛନ୍ତି । ଅଭିଯୁକ୍ତ କେବେ ଚିକିତ୍ସିତ ହେଉଥିଲା, ଗୃହ ବିଭାଗକୁ ଜଣାଇଥିଲା ନା ନାହିଁ ? ସୁରକ୍ଷା ଦାୟିତ୍ୱ ରେ ଥିବା ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସେଠାରେ କିଏ ନିଯୁକ୍ତି ଦେଇଥିଲା ? ମାନସିକ ବିକୃତ ଥିବା ପୋଲିସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସେ ଠିକ ହେଲେ ବୋଲି ସାର୍ଟିଫିକେଟ ଦେଇଥିଲେ ନା ନାହିଁ ? ଅଭିଯୁକ୍ତ ପୋଲିସକୁ ସାଧାରଣ ଲୋକ କାବୁ କରିବାବେଳେ ସେଠାରେ ଉପସ୍ଥିତ ପୋଲିସ କ’ଣ କରୁଥିଲେ ? ଗୋପାଳ ଦାସଙ୍କ ସେଠାରେ କଣ କାର୍ଯ୍ୟ ଥିଲା । କିଏ ତାଙ୍କୁ ସେଠାରେ ଡ୍ୟୁଟିରେ ରଖିଥିଲା ?
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।