ଅର୍ଗସ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ଘରୁ ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ରନିତ୍ ବିଶ୍ୱାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହେବ ବୋଲି ଜଣାଯାଇଛି । ଉଦ୍ଧାର ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ଅନ୍ୟପଟେ ଉକ୍ତ ଅହିରାଜ ସାପଟି ୬ ଫୁଟ ଲମ୍ବର ବିଷାକ୍ତ ନାଗସାପକୁ ଗିଳିଥିବା ଦେଖିବାକୁ ମିଳିଛି । ଅହିରାଜଟି ନାଗସାପଟିକୁ ଧୀରେ ଧୀରେ କରି ପୁରା ଗିଳି ଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର